Ep-3 ଆସନ୍ତୁ ଶିଖିବା ବାକ୍ୟ ଗଠନ ଏବଂ ଇଂଲିଶ ରେ ବାକ୍ୟ କିପରି ତିଆରି କରିପାରିବେ
ଆସନ୍ତୁ ଆଜି ଆମେ ଶିଖିବା ବାକ୍ୟ ବିଷୟରେ ସାଧାରଣତଃ ଆମେ ବାକ୍ୟ ମାନେ କଣବୁଝୁ? କିଛି ଶବ୍ଦ ନେଇ ବାକ୍ୟ ଗଠନ ହୁଏ I କିମ୍ବା ଶବ୍ଦମାନଙ୍କ ସଂଯୋଗରେ ଯଉଠି ଅର୍ଥ ବାହାରେ ତାହାକୁ ବାକ୍ୟ କୁହାଯାଏ I ପ୍ରକୃତରେ ଆମେ ବୁଝିବା ବାକ୍ୟ କଣ ? କିଛି ଶବ୍ଦ ମାନଙ୍କୁ ଏପରି ଭାବରେ ସଂଯୋଗ କରିବା ଯଉଠି କି ଗୋଟିଏ ବ୍ୟକରଣର ନିୟମକୁ ଦର୍ଶାଉଥିବ ଏବଂ ପ୍ରତ୍ୟକ ଶବ୍ଦ ଅନ୍ୟ ଶବ୍ଦ କୁ ସହମତ ହଉଥିବ, ଏହା ସହିତ କର୍ତା କ୍ରିୟା ଓ କର୍ମ ଠିକ ନିୟମରେ ଗଠିତ ହୋଇ ଥିବେ I
ଇଂଲିଶ ରେ ୯ ଟି ଶବ୍ଦ ବ୍ୟକରଣ ଭାବରେ ନିୟୋଜିତ ହୋଇଛନ୍ତି I ସେମାନେ ଭାଷାକୁ ଗୋଟିଏ ନିୟମ ବଳିରେ ନିର୍ଦ୍ଧାରିତ କରିଥାନ୍ତି I ସେକୁଡିକ ହଉଛି : ୧: Noun ବିଶେଷ୍ୟ ୨: Pronoun ସର୍ବନାମ ୩: Adjective ବିଶେଷଣ ୪: Verb କ୍ରିୟା ୫: Adverb କ୍ରିୟା ବିଶେଷଣ ୬: Article ଆର୍ଟିକଲ ( a , an , the ) ୭: Preposition ବିଭକ୍ତି ଚିହ୍ନ ସୂଚକ ପଦ ୮: Conjunction ସଂଯୋଜକ ଏବଂ ଵିୟୋଜକ ଅବ୍ୟୟ ୯: Interjection ଧ୍ୱନି ସୂଚକ ବାକ୍ୟ
ସବୁ ୯ ଟି ଯାକ ହଉଛି ଗୋଟିଏ ଗୋଟିଏ ଶବ୍ଦ I ସେମାନେ ସେମାଙ୍କର ନିୟମରେ ବାକ୍ୟରେ ଜଡିତ ଏବଂ ପ୍ରତ୍ୟକ ବାକ୍ୟରେ ଶବ୍ଦ ମାନେ ମୁଖ୍ୟ ଭୁମିକା ନେଇଥାନ୍ତି I ଇଂଲିଶ ବ୍ୟାକରଣରେ ଏହି ୯ ଟି ଶବ୍ଦ ମାନଙ୍କର ବ୍ୟବହାରିକ ନିୟମାବଳୀ ଅଛି I ଏହିସବୁ ୯ ଟି ଶବ୍ଦ ବାକ୍ୟ ତିଆରି କରିବାରେ ଆବଶ୍ୟକ ଅଟନ୍ତି I
ଏହି ୯ ଟି ଶବ୍ଦ ବିଭକ୍ତ ଜନକ I କଉ ଶବ୍ଦ କାହା ପାଖରେ ଲାଗିବ ତାହା ଇଂଲିଶ ବ୍ୟାକରଣରେ ଉଲ୍ଲେଖିତ ଅଟେ I ବାକ୍ୟର ପ୍ରକୃତ ଅର୍ଥ ହଉଛି I ଯେତେବେଳେ ଶବ୍ଦ ଗୁଡିକ ତାଙ୍କର ନିୟମିତ ଗଠନରେ ବ୍ୟବହୃତ ହେଇ ଗୋଟିଏ ଅର୍ଥ ତିଆରି କରିଥାନ୍ତି ସେମାଙ୍କୁ ବାକ୍ୟ କୁହାଯାଏ I
ଉଦାହରଣ ସ୍ୱରୂପ
୧: କରେ କାଯ୍ୟ ଏହି ମୁଁ = ଭୁଲ
୧: ମୁଁ ଏହି କାଯ୍ୟ କରେ = ଠିକ
Odia Grammar: Subject କର୍ତା + Object କର୍ମ + Verb କ୍ରିୟା
ପ୍ରଶିକ୍ଷକ
ପଦାରବିନ୍ଦ ବେହେରା
M:+91 7008382228
Comments
Post a Comment