Ep-3 ଆସନ୍ତୁ ଶିଖିବା ବାକ୍ୟ ଗଠନ ଏବଂ ଇଂଲିଶ ରେ ବାକ୍ୟ କିପରି ତିଆରି କରିପାରିବେ
ଆସନ୍ତୁ ଆଜି ଆମେ ଶିଖିବା ବାକ୍ୟ ବିଷୟରେ ସାଧାରଣତଃ ଆମେ ବାକ୍ୟ ମାନେ କଣବୁଝୁ? କିଛି ଶବ୍ଦ ନେଇ ବାକ୍ୟ ଗଠନ ହୁଏ I କିମ୍ବା ଶବ୍ଦମାନଙ୍କ ସଂଯୋଗରେ ଯଉଠି ଅର୍ଥ ବାହାରେ ତାହାକୁ ବାକ୍ୟ କୁହାଯାଏ I ପ୍ରକୃତରେ ଆମେ ବୁଝିବା ବାକ୍ୟ କଣ ? କିଛି ଶବ୍ଦ ମାନଙ୍କୁ ଏପରି ଭାବରେ ସଂଯୋଗ କରିବା ଯଉଠି କି ଗୋଟିଏ ବ୍ୟକରଣର ନିୟମକୁ ଦର୍ଶାଉଥିବ ଏବଂ ପ୍ରତ୍ୟକ ଶବ୍ଦ ଅନ୍ୟ ଶବ୍ଦ କୁ ସହମତ ହଉଥିବ, ଏହା ସହିତ କର୍ତା କ୍ରିୟା ଓ କର୍ମ ଠିକ ନିୟମରେ ଗଠିତ ହୋଇ ଥିବେ I ଇଂଲିଶ ରେ ୯ ଟି ଶବ୍ଦ ବ୍ୟକରଣ ଭାବରେ ନିୟୋଜିତ ହୋଇଛନ୍ତି I ସେମାନେ ଭାଷାକୁ ଗୋଟିଏ ନିୟମ ବଳିରେ ନିର୍ଦ୍ଧାରିତ କରିଥାନ୍ତି I ସେକୁଡିକ ହଉଛି : ୧: Noun ବିଶେଷ୍ୟ ୨: Pronoun ସର୍ବନାମ ୩: Adjective ବିଶେଷଣ ୪: Verb କ୍ରିୟା ୫: Adverb କ୍ରିୟା ବିଶେଷଣ ୬: Article ଆର୍ଟିକଲ ( a , an , the ) ୭: Preposition ବିଭକ୍ତି ଚିହ୍ନ ସୂଚକ ପଦ ୮: Conjunction ସଂଯୋଜକ ଏବଂ ଵିୟୋଜକ ଅବ୍ୟୟ ୯: Interjection ଧ୍ୱନି ସୂଚକ ବାକ୍ୟ ସବୁ ୯ ଟି ଯାକ ହଉଛି ଗୋଟିଏ ଗୋଟିଏ ଶବ୍ଦ I ସେମାନେ ସେମାଙ୍କର ନିୟମରେ ବାକ୍ୟରେ ଜଡିତ ଏବଂ ପ୍ରତ୍ୟକ ବାକ୍ୟରେ ଶବ୍ଦ ମାନେ ମୁଖ୍ୟ ଭୁମିକା ନେଇଥାନ୍ତି I ଇଂଲିଶ ବ୍ୟାକରଣରେ ଏହି ୯ ଟି ଶବ୍ଦ ମାନଙ୍କର ବ୍ୟବହାରିକ ନିୟମାବଳୀ ଅଛି I ଏହିସବୁ ୯ ଟି ଶବ୍ଦ ବା...